ଭୁବନେଶ୍ୱର : ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଜଣେ ଯାତ୍ରୀଙ୍କଠାରୁ ୪୦୦ ଗ୍ରାମ ସୁନା ବିସ୍କୁଟ ଜବତ କରାଯାଇଛି । ବିମାନରେ ଯିବା ପୂର୍ବରୁ ଜଣେ ଯାତ୍ରୀଙ୍କଠାରୁ ଏହି ସୁନା ଜବତ ହୋଇଛି। ଧରାପଡ଼ିଥିବା ଯାତ୍ରୀଙ୍କ ନାଁ ଜୈନୁଲ ଆବେଦିନ୍। ସେ ଚେନ୍ନାଇ ଯାଉଥିଲେ। ସୁନା ସହ ସଂପୃକ୍ତ ଯାତ୍ରୀଙ୍କୁ କଷ୍ଟମ୍ ବିଭାଗକୁ ହସ୍ତାନ୍ତର କରିଛନ୍ତି ବିମାନ ବନ୍ଦର କର୍ତ୍ତୃପକ୍ଷ।
ତେବେ ଜବତ ସୁନାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ୧୪ ହଜାର ଟଙ୍କା ହେବ। ଯାତ୍ରୀ ଜଣକ ୪ ଖଣ୍ଡ ସୁନା ବିସ୍କୁଟକୁ ଶରୀର ଭିତରେ ଲୁଚାଇ ନେଉଥିଲେ। ତେବେ ଯାଞ୍ଚ ବେଳେ ଅଧିକାରୀ ଏହା ଜାଣିପାରିଥିଲେ ଏବଂ ତାଙ୍କୁ ଅଟକ ରଖାଯାଇଥିଲା। ପରେ ତାଙ୍କ ଶରୀର ଭିତରୁ ସୁନା ଖଣ୍ଡ ଗୁଡିକୁ ବାହାର କରାଯାଇଥିଲା।