ଚର୍ମ ରୋଗରେ ଘାଣ୍ଟି ହେଉଥିବା ମହିଳା ଙ୍କୁ ବି କେ ଡି ଏସ୍ ର ସହାୟତା !

0
24

ଆଦିବାସୀ ଜନ ସାଧାରଣ ଅତି ସରଳ ଓ ନିରୀହ । ଭୋକ ଉପାସରେ ଜୀବନ ଚାଲିଯିବ, ହେଲେ ହାତ ପାତିବେନି । ଦୀର୍ଘ ଦିନ ହେବ ଚର୍ମ ରୋଗରେ ଘାଣ୍ଟି ହେଉଥିଲେ ଜଣେ ଆଦିବାସୀ ମହିଳା ଜାହାକି ଅତି ଶୋଚନୀୟ ଅବସ୍ଥା । ଆର୍ଥିକ ସ୍ଥିତି ଶୋଚନୀୟ । କହିବେ କାହାକୁ ଶୁଣିବ କିଏ ? ଏମିତି ଅବସ୍ଥା ରେ ପଡି ରହି ଛାଟି ପିଟି ହୋଇ ରହିଥିଲେ । ଜଣେ ଧରି ବସାଇ ଦେଲେ ବସୁ ଥିଲେ ପୁଣି ଶୋଇବା କୁ ହେଲେ ଜଣଙ୍କ ସାହାରା ଦରକାର ହେଉଥିଲା । କଷ୍ଟ ଯନ୍ତ୍ରଣା ବଢ଼ି ଚାଲିଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ବଡ଼ କାଳିମାଟି ଡେଭଲପମେଣ୍ଟ ସୋସାଇଟି ର ସଭାପତି ଶ୍ରୀ ବଳଭଦ୍ର ପାତ୍ର ତାଙ୍କ ଟିମ୍ କୁ ନେଇ ତାଙ୍କ ପରିବାର ଲୋକ ଙ୍କୁ ଭେଟିଥିଲେ ।ଏବଂ ଭେଟିବା ପରେ ତାଙ୍କୁ କିଛି ରାସନ୍ ସାମଗ୍ରୀ ଆଦି ଦେଇଥିଲେ । ତା ପରେ ସଙ୍ଗେ ସଙ୍ଗେ ଡାକ୍ତରଖାନା କୁ ନେବା ବ୍ୟବସ୍ଥା କରିଥିଲେ । ପ୍ରଥମେ କେନ୍ଦୁଝର ବଡ଼ ଡ଼ାକ୍ତରଖାନାକୁ ପରେ ଠିକ୍ ନହେଲେ କଟକ ବଡ଼ ଡ଼ାକ୍ତରଖାନାକୁ ନେବାକୁ ପୁରା ପୁରି ଚେଷ୍ଟା ଜାରି ରହିବ ବୋଲି ଆମ ଗଣମାଧ୍ୟମ ପ୍ରତିନିଧି କୁ ପ୍ରତିକ୍ରିୟା ଦେଇଛନ୍ତି ବଡ଼ କାଳିମାଟି ଡେଭଲପମେଣ୍ଟ ସୋସାଇଟି ର ସଭାପତି ଶ୍ରୀ ବଳଭଦ୍ର ପାତ୍ର । ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ରତ୍ନଗର୍ଭା କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ବଡ଼ କାଳିମାଟି ପଞ୍ଚାୟତ ର ୧୦ ନମ୍ବର ୱାର୍ଡରେ । ମହିଳା ଜଣଙ୍କ ହେଉଛନ୍ତି ୧୦ ନମ୍ବର ୱାର୍ଡର ଗୀତା ଗାଗରାଇ ତାଙ୍କ ସ୍ବାମୀ ବେରୋଜଗାରୀ ଥିବାରୁ ଆର୍ଥିକ ସ୍ଥିତି ଶୋଚନୀୟ । ତାଙ୍କ ପାଖରେ ଖାଇକି ବଞ୍ଚିବା ପାଇଁ ପଇସା ନାହିଁ ଡ଼ାକ୍ତରଖାନା କୁ ନେବେ କେମିତି । ବି କେ ଡି ଏସ୍ ର ଏହି କାର୍ଯ୍ୟକଳାପକୁ ଅଞ୍ଚଳ ବାସୀ ଅତି ସ୍ବାଗତଯୋଗ୍ୟ କାର୍ଯ୍ୟ ବୋଲି କହିଛନ୍ତି । କେନ୍ଦୁଝର ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ

LEAVE A REPLY

Please enter your comment!
Please enter your name here