ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ କମଳାନାଳୀ ଗ୍ରାମର ରବୀନ୍ଦ୍ର ପ୍ରଧାନ ଙ୍କ ପୁଅ ଚିକୁନ(୧୭) ଗତ ୧୮ ତାରିଖରୁ ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।ସୂଚନା ମତେ ଚିକୁନ ଗତ ୧୮ ତାରିଖ ଦିନ ଘରୁ କୁଆଡେ ଯାଇ ଘରକୁ ଫେରି ନଥିଲେ। ପରିବାର ସଦସ୍ୟ ମାନେ ନିଜ ବନ୍ଧୁବାନ୍ଧବ ତଥା ସାଙ୍ଗସାଥୀଙ୍କ ପଚାରିବା ପରେ କୌଣସି ସନ୍ଧାନ ନପାଇବାରୁ ବୁଧବାର ରେଢ଼ାଖୋଲ ଥାନାକୁ ଆସି ଅଭିଯୋଗ କ୍ରମେ ରେଢ଼ାଖୋଲ ପୋଲିସ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଏସ ଆଇ ସୋମ୍ୟରଂଜନ ମହାଳିକ ପ୍ରକାଶ କରିଛନ୍ତି