ମିସ୍ ଇନ୍ସପେୟରିଙ୍ଗ ୨୦୨୦ ଟାଇଟଲ ଜିତି ଓଡ଼ିଶା ପାଇଁ ଗୈାରବ ଅର୍ଜନ କରିଛନ୍ତି ଦୀପ୍ତିମୟୀ

0
32

କେନ୍ଦୁଝର(ରବିନ୍ଦ୍ର ଖମଣିଆ): ଗତ ଫେବୃଆରୀ ମାସରୁ ଅନଲାଇନ ମାଧ୍ୟମରେ ଆରମ୍ଭ ହୋଇଥିବା ମିଶନ ଡ୍ରିମ୍ସ ମିସ ଇଣ୍ଡିଆ ପ୍ରତିଯୋଗିତାରେ ଦୀପ୍ତିମୟୀ ଭାଗନେଇଥିଲେ । ଏହି ପ୍ରତିଯୋଗିତାରେ ମୋଟ ଚାଳିଶ ହଜାର ପ୍ରତିଯୋଗୀ ଭାଗନେଇଥିଲେ । ସେଥିମଧ୍ୟରୁ ଶହେ କୋଡିଏ ଜଣ ପ୍ରତିଯୋଗୀ ସେମିଫାଇନାଲ ରାଉଣ୍ଡକୁ ଉତିନ୍ନ ହୋଇଥିଲେ । ଶେଷରେ ଚାଳିଶ ଜଣ ପ୍ରତିଯୋଗୀ ଫାଇନାଲ ରାଉଣ୍ଡକୁ ଉତ୍ତୀନ୍ନ ହୋଇ ଥିବା ଜଣାପଡିଛି । ଏମାନଙ୍କ ମଧ୍ୟରେ ଦୀପ୍ତିମୟୀ ଅନ୍ୟତମ । ସମସ୍ତ ଅପେକ୍ଷାର ଅନ୍ତ ଘଟାଇ ଡିସେମ୍ବର ମାସ ୧୮ ତାରିଖ ଦିନ କୋଲକାତା ନିଉ ଟାଉନ ସ୍ଥିତ ପ୍ରାଇଡ଼ ପଞ୍ଚତାରକା ହୋଟେଲ ଠାରେ ଏହାର ଫାଇନାଲ୍ ରାଉଣ୍ଡ ଆୟୋଜକ ମାନଙ୍କ ତରଫରୁ ଅନୁଷ୍ଠିତ କରାଯାଇଥିଲା ।

ଏହି ପ୍ରତିଯୋଗିତାରେ ଦୀପ୍ତିମୟୀ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ନିଜର ସ୍ଥାନ ବଜାୟ ରଖିଥିବା ଜଣା ପଡ଼ିଛି । ଦୀପ୍ତିମୟୀ ପ୍ରଥମ କିମ୍ବା ଦ୍ୱିତୀୟ ସ୍ଥାନ ନେଇ ପାରିଲେ ନାହିଁ ସତ ହେଲେ ୩୩ ଜଣଙ୍କୁ ପଛରେ ପକାଇ ସପ୍ତମ ସ୍ଥାନ ଅଳଙ୍କୃତ କରିପାରିଛନ୍ତି । ଆୟୋଜକଙ୍କ ତରଫରୁ ଦୀପ୍ତିମୟୀଙ୍କୁ କ୍ରାଉନ ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା କରାଯାଇଛି । ଦିନେ ତାଙ୍କ ବାପା ଆନନ୍ଦ ଗୋଛାୟାତ ଝିଅର ଏସବୁ କାର୍ଯ୍ୟକୁ ବିରୋଧ କରୁଥିବାବେଳେ ଆଜି ସେ କହନ୍ତି ଯଦି ମୋର ଏହିଭଳି ଆହୁରି ଦୁଇ ଚାରୋଟି ଝିଅ ଥାଆନ୍ତେ ତେବେ ମୁଁ ଖୁସି ହେଇଥାନ୍ତି । ମୋ ଝିଅ ପାଇଁ ମୁଁ ଆଜି ନିଜକୁ ଗର୍ବିତ ଅନୁଭବ କରନ୍ତି ।

ମା ମାଳତୀ ଗୋଛାୟତ ଝିଅର ପ୍ରତିଭା ଦେଖି ଖୁସିରେ ଆତ୍ମହରା ହେଇପଡୁଥିବା ଦେଖିବାକୁ ମିଳିଛି । ଦୀପ୍ତିମୟୀ କହନ୍ତି ମୋ ସଫଳତା ପଛରେ ମୋ ସାନଭାଇ ଦୀପଙ୍କର ଗୋଛାୟାତଙ୍କର ଅନେକ ହାତ ରହିଛି । ଏହି କୃତିତ୍ୱ ଅର୍ଜନ ପରେ ଦୀପ୍ତିମୟୀ ସୁଦୂର କଲିକତାରୁ ଆଜି ଯୋଡ଼ା ଠାରେ ପହଂଚିବା ପରେ ଲାଇଭ ଓଡିଶା ନିଉଜର କେନ୍ଦୁଝର ଜିଲ୍ଲା ପ୍ରତିନିଧି ପୁଷ୍ପଗୁଛ ଦେଇ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିବା ଜଣାପଡିଛି । କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳରେ ଏଭଳି ଅନେକ ପ୍ରତିଭା ଥିଲେ ମଧ୍ୟ ଏଠାରେ ସେଭଳି କିଛି ସୁବିଧା ନଥିବାରୁ ସେମାନେ ଲୋକଲୋଚନକୁ ଆସିପାରୁ ନାହାନ୍ତି । ରାଜ୍ୟ ସରକାର ଏହି ଉପାନ୍ତ ଅଂଚରେ ଯଦି ଗୋଟିଏ ମଡେଲିଙ୍ଗ ବିଦ୍ୟାଳୟର ସୁଯୋଗ ସୃଷ୍ଟି କରନ୍ତେ ତେବେ ଏଠାକାର ପ୍ରତିଭା ଆଗାମୀ ଦିନରେ ଓଡିଶା ପାଇଁ ଗୌରବ ଅର୍ଜନ କରିବାରେ କରି ପାରନ୍ତେ ।

LEAVE A REPLY

Please enter your comment!
Please enter your name here