ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ପରଲୋକ

0
18
????????????????????????????????????

ଭୁବନେଶ୍ୱର: ଫିଲ୍ମ ଜଗତକୁ ପୁଣି ଏକ ବଡ ଝଟକା । ବିଶିଷ୍ଟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ପରଲୋକ । ୮୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଗତ କିଛି ଦିନ ହେବ ନିମୋନିଆରେ ପୀଡିତ ହୋଇ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଛି । ଏନେଇ ତାଙ୍କ ପୁଅ କୌଶିକ ମହାପାତ୍ର ସୂଚନା ଦେଇଛନ୍ତି ।

ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶାନ୍ତନୁ। ସୂର୍ଯ୍ୟମୁଖୀ, ଅରୁନ୍ଧତି, ଚିଲିକାତୀରେ, ଡୋରା ଭଳି ସୁପର ହିଟ  ଓଡ଼ିଆ ଫିଲ୍ମରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ପାଖାପାଖି ୧୯୦୦ ଗୀତର ସଂଯୋଜନା କରିଛନ୍ତି ଶାନ୍ତନୁ । ସେଥିରେ ୫୩ଟି ଫିଚର୍‌ ଓ ଟେଲି ଫିଲ୍ମ, ୧୦ ଯାତ୍ରା, ୬୦ ଆକାଶବାଣୀ ନାଟକ, ୧୦ ନୃତ୍ୟନାଟିକା ରହିଛି। ତାଙ୍କ ନିର୍ଦ୍ଦେଶିତ ଲୋକପ୍ରିୟ ଗୀତ ମଧ୍ୟରେ ‘ସେଇ ଚୁନା ଚୁନା’, ‘ମୟୂରୀ ଗୋ’, ‘ମୁଁ ତ ଥିଲି ଏକୁଟିଆ’, ‘ଏଇ ଜୀବନଟା ଏକ ନାଟକ’, ‘ଆଗୋ ଚନ୍ଦ୍ରିକା’ ଓ ‘ନୂପୂର ବଜାଏ କିଏ’ ଆଦି ଅନ୍ୟତମ ।

ଶ୍ରୀ ମହାପାତ୍ର ଓଡ଼ିଆ ସିନେମା ସଙ୍ଗୀତ ଜଗତରେ ଟ୍ରେଣ୍ଡ୍‌ ସେଟର୍‌ ଥିଲେ । ସର୍ବଦା ସଙ୍ଗୀତ ସାଧନାରେ ଲିପ୍ତ ରହିଆସିଥିଲେ ସେ । ଯେତେବେଳେ ସମୟ ପାଉଥିଲେ ନିଜର ହାର୍‌ମୋନିୟମ୍‌ ଧରି ସ୍ୱର ସଂଯୋଜନା କରୁଥିଲେ। ସେ ବଲିଉଡର ମହମ୍ମଦ ରଫିଙ୍କଠାରୁ ଆରମ୍ଭ କରି ଲତା ମଙ୍ଗେସକର, ଉଷା ମଙ୍ଗେସକର, ମାନ୍ନା ଦେ, ସୁରେଶ ୱାଡ଼େକର, ଅନୁରାଧା ପୌଡ଼ୱାଲ, ଉଷା ଉଥୁପ, କବିତା କ୍ରିଷ୍ଣାମୂର୍ତ୍ତିଙ୍କ ପର୍ଯ୍ୟନ୍ତ ଅନେକଙ୍କ କଣ୍ଠଶିଳ୍ପୀଙ୍କ ସହ ମଧ୍ୟ ସେ ଓଡ଼ିଆ ଗୀତ ଗାଇଛନ୍ତି । ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକଙ୍କ ପରଲୋକ ପରେ ଓଲିଉଡ ଫିଲ୍ମ ଜଗତାରେ ଶୋକର ଛାୟା ଖେଳିଯାଇଛି ।

 

LEAVE A REPLY

Please enter your comment!
Please enter your name here