କିମ୍ବଦନ୍ତୀ ହକି ତାରକା ମାଇକେଲ କିଣ୍ଡୋଙ୍କ ପରଲୋକ

0
15

ରାଉରକେଲା: କିମ୍ବଦନ୍ତୀ ହକି ତାରକା ତଥା ୭୦ ଦଶକର ବିଶ୍ୱବିଜୟୀ ଭାରତୀୟ ଦଳର ଅନ୍ୟତମ ସଦସ୍ୟ ମାଇକେଲ କିଣ୍ଡୋଙ୍କ ଆଜି ପରଲୋକ ହୋଇଯାଇଛି। ରାଉରକେଲା ଆଇଜିଏଚରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ୭୩ ବର୍ଷ ବୟସରେ ପରଲୋକ ହୋଇଛି। ତାଙ୍କ ବିୟୋଗରେ ଓଡ଼ିଶା ସମେତ ଭାରତୀୟ କ୍ରୀଡ଼ା ଜଗତରେ ଛାୟା ଖେଳି ଯାଇଛି।

୧୯୭୫ ମସିହାରେ ବିଶ୍ୱକପ୍‌ ହକି ଜିତିଥିଲା ଭାରତୀୟ। ଏହି ଟିମ୍‌ର ସଦସ୍ୟ ଥିଲେ କିଣ୍ଡୋ। ସେ ଜଣେ ଭଲ ଡିଫେଣ୍ଡର। ସେ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ମାସେ ଧରି ମାଇକେଲ କିଣ୍ଡୋ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟଅବସ୍ଥା ବିଗୁଡ଼ୁଥିବା ଦେଖି ଡାକ୍ତର ତାଙ୍କୁ ଆଇସିୟୁରେ ଭର୍ତ୍ତି କରିଥିଲେ। ଗତ ୭ ଦିନ ଧରି ସେ ଆଇସିୟୁରେ ଥିଲେ। ଆଜି ତାଙ୍କର ବିୟୋଗ ଘଟିଛି।

 

LEAVE A REPLY

Please enter your comment!
Please enter your name here