କେନ୍ଦୁଝର (ରବିନ୍ଦ୍ର ଖମଣିଆ): ସାମ୍ପ୍ରତିକ ସେରାଜୁଦ୍ଦୀନ ଖଣି ସଂସ୍ଥାନ ର ପରିବହନ କାର୍ଯ୍ୟାଦେଶ କୁ ନେଇ ଘଟିଥିବା ସମସ୍ୟା ରେ ମୂଳ କାର୍ପେଟଦାର ବଡ଼ କାଳିମାଟି ସରପଞ୍ଚ ଅଟନ୍ତି ବୋଲି ଅଭିଯୋଗ କରିଛନ୍ତି | କାରଣ ବୃହତ୍ତର ସ୍ବାର୍ଥ କୁ ଜଳାଞ୍ଜଳି ଦେଇ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ସରପଞ୍ଚ ସମର୍ଥନ କରିଥିବା ହେତୁ ବଡ଼ କାଳିମାଟି ଆଞ୍ଚଳିକ ବାସୀ ଘୋର ପ୍ରତିବାଦ କରିବା ସଙ୍ଗେ ସଙ୍ଗେ ଆଜି ଠାରୁ ପଞ୍ଚାୟତ ଅଫିସ୍ ସମ୍ମୁଖରେ ଆମରଣ ଅନଶନ କରିବା ପାଇଁ ଜିଲ୍ଲାପାଳ ଙ୍କ ନିକଟରେ ଅବଗତ କରିଥିବା ଜଣାପଡିଛି | ଏହି ଅନୈତିକ କାର୍ଯ୍ୟ ରେ ପଞ୍ଚାୟତୀ ନିୟମ ର ଉଲଂଘନ କରି ବ୍ୟକ୍ତିଗତ ଲାଇସେନ୍ସ ସତ୍ତ୍ବଧିକାରୀ ଙ୍କ ସପକ୍ଷରେ ଦସ୍ତଖତ କରି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଦେଇଛନ୍ତି ବୋଲି ଅଭିଯୋଗ ହୋଇଛି | ଏହି ପରିପ୍ରେକ୍ଷୀରେ ଆଞ୍ଚଳିକ ବାସୀ ତାଙ୍କୁ ବାରମ୍ବାର ଗ୍ରାମ ସଭା ଯରିଆରେ ସମର୍ଥନ କରିବା ପାଇଁ ଅନୁରୋଧ କରିଥିଲେ ସୁଧା ପ୍ରଭାବ ଶାଳି ବ୍ୟକ୍ତି ଙ୍କ ଚାପରେ ପଡି ଏଭଳି ନିନ୍ଦନୀୟ କାର୍ଯ୍ୟ କରିବା ପାଇଁ ବାଧ୍ୟ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଗଣଧାରଣା କାରି |