ରେଢ଼ାଖୋଲ (ଆଦ୍ୟାଶା ନ୍ୟୁଜ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସାମ୍ବାଦିକ ସଂଘର ଏକ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଆର ଡି ଡାକ ବଙ୍ଗଳା ଠାରେ ବୁଧୁବାର ଅନୁଷ୍ଠିତ ହୋଇ ଯାଇଛି | ସାମ୍ବାଦିକ ସଂଘର ସଭାପତି ରମାକାନ୍ତ ମହାନନ୍ଦ ଙ୍କ ଅଧକ୍ଷତାରେ ଆୟୋଜିତ ବୈଠକରେ ସଂଘ ସମ୍ପାଦକ କନ୍ଦର୍ପ ବେହେରା, ବରିଷ୍ଠ ସାମ୍ବାଦିକ ତଥା ନାକଟିଦେଉଳ କଲେଜ ର ପୂର୍ବତନ ଅଧକ୍ଷ ଶରତ ପ୍ରଧାନ,ଜୟନ୍ତ କୁମାର ଖଡ଼ିରତ୍ନ,ସରୋଜ କୁମାର ରାଉତ, ଶରତ ଚନ୍ଦ୍ର ପ୍ରଧାନ,ଜିତେନ୍ଦ୍ର ସାହୁ, ରୋହିତ ଭୋଇ, ଶଙ୍କର ପୃଷ୍ଟି, ସୁଶାନ୍ତ କୁମାର ନାଗ, ଅନିଲ ପୃଷ୍ଟି, ରଶ୍ମିତା ରାଉତ, ରବୀନ୍ଦ୍ର ପ୍ରଧାନ, ପଦାର ବିନ୍ଦ ପ୍ରଧାନ, ପରୀକ୍ଷିତ ଦାଶ ପ୍ରମୁଖ ଯୋଗ ଦେଇ ସଂଘର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ | ସେହିପରି ଏହି ବୈଠକରେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ପ୍ରଧାନ,ସୁଶାନ୍ତ ନାଗ, ଅନିଲ ପୃଷ୍ଟିଙ୍କୁ ସଂଘର ନୂତନ ସଭ୍ୟ ଭାବରେ ଗ୍ରହଣ କରିବା ସହ ସ୍ୱାଗତ କରିଥିଲେ |ଶେଷରେ ସଂଘର ସଂପାଦକ କନ୍ଦର୍ପ ବେହେରା ଧନ୍ୟବାଦ ଦେଇଥିଲେ |