କେନ୍ଦୁଝର(ରବିନ୍ଦ୍ର ଖମଣିଆ): ଶିଳ୍ପପତି ଆଦିତ୍ୟ ବିର୍ଲା କମ୍ପାନୀ ଙ୍କର ଅଧିଗୃହୀତ ହରି ମେସିନ ସ୍ପଞ୍ଜ ପ୍ଲାଣ୍ଟ ଠାରୁ ପରିବହନ ହୋଇ ପିଲେଟ ମାଲ ନୟାଗଡ଼ ରେଲୱେ ସାଇଡିଙ୍ଗ କୁ ଆସୁଅଛି | ପ୍ରକାଶ ଥାଉକି ଉକ୍ତ ପରିବହନ ସରକାରୀ ନିୟମକୁ ଉଲ୍ଲଂଘନ କରି ( ସଡ଼କ ସୁରକ୍ଷା ସପ୍ତାହ) ସୁରକ୍ଷା ସପ୍ତାହ ପ୍ଲାଣ୍ଟ ତରଫରୁ ପାଳନ କରାଯାଉଥିବା ସ୍ଥଳେ ପ୍ଲାଣ୍ଟ କର୍ତ୍ତୃପକ୍ଷ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି | ଏତତ୍ ବ୍ୟତୀତ ବସନ୍ତ ପୁର ଠାରୁ ନୟାଗଡ଼ ସାଇଡିଙ୍ଗ ପର୍ଯ୍ୟନ୍ତ ଜନ ସାଧାରଣ ଙ୍କୁ ମାରିବା ପାଇଁ ଟନ୍ ଟନ୍ ଉତ୍ପାଦିତ ପିଲେଟ ଗୋଡ଼ି ରାସ୍ତା ରେ ବିଞ୍ଚି ଦେଇଛନ୍ତି | ଯାହା ଦ୍ଵାରା ସ୍ଥାନୀୟ ଅଞ୍ଚଳରେ ଉକ୍ତ ରାସ୍ତା ଟି ମରଣଯନ୍ତା ପାଲଟିଛି | ଆସନ୍ନ ଦୁର୍ଘଟଣା ଗ୍ରସ୍ତ ହେବା ଭୟରେ ସାଧାରଣ ଜନତା ଦୁଇ ଚକିଆ ଯାନ ଛାଡ଼ି ପାଦରେ ଚାଲି ଚାଲି କାଳିମାଟି ଆସୁଛନ୍ତି |
ତଥାକଥିତ ଟ୍ରାନ୍ସପୋର୍ଟ ଏବଂ ପ୍ଲାଣ୍ଟ କର୍ତ୍ତୃପକ୍ଷ ମିଲିଭଗତ ରେ ଟ୍ରାନ୍ସପୋର୍ଟିଙ୍ଗ କାର୍ଯ୍ୟ ଚାଲୁଥିବା ବେଳେ ଜନ ସାଧାରଣ ଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯାଉନଥିବା ଏକ ପରିତାପର ବିଷୟ ଅଟେ ବୋଲି ଚର୍ଚ୍ଚା ଜୋର ଧରିଛି | କାରଣ କଥାରେ ଅଛି ଢୋଲ ଖାଏ ମାଡ ପଇସା ଖାଏ ହାଡ଼ି ଠିକ୍ ସେହିପରି ଏ ଖଣି ଅଞ୍ଚଳର ପରିସ୍ଥିତି | ଏଠାରେ ପ୍ରଶାସନ ନିରବ ସରକାରୀ ଆଇନ୍ ର ଧଜ୍ୟା ଉଡ଼ାଇ ଦିଆଯାଉଥିଲେ ମଧ୍ୟ ସରକାର ପ୍ରଗତି ନାଁ ରେ ଡିମ୍ ଡିମ ପିଟୁଛନ୍ତି | ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଅଧିବାସୀ ଙ୍କର ଦୁର୍ଦ୍ଦଶା ଭଗବାନ ଜାଣନ୍ତି | ଏଠାରେ ଧୂଳି ଧୂଆଁ ଉତ୍କଟ ସବ୍ଦ ପ୍ରଦୂଷଣ ର ପ୍ରାଦୁର୍ଭାବ ଅତି ଅସହଣୀୟ ପରିସ୍ଥିତି ସୃଷ୍ଟି କରି ସମସ୍ତଙ୍କୁ ବ୍ୟତିବ୍ୟସ୍ତ କରିପକାଉଛି | ଏଣୁ ପ୍ରତ୍ୟେକ ମୁହୁର୍ତ ରେ ପ୍ରମାଦ ଗଣୁଥିବା ଜନ ସାଧାରଣ ପ୍ରଶାସନ ପ୍ଲାଣ୍ଟ କର୍ତ୍ତୃପକ୍ଷ ଏବଂ ବ୍ୟବସାୟୀ ଟ୍ରାନ୍ସପୋର୍ଟ ଙ୍କୁ ଅନୁରୋଧ କରିଛନ୍ତି ଯେ ଉକ୍ତ ଅଞ୍ଚଳର ପରିବେଶ କୁ ସୁସ୍ଥ ରଖିବା ପାଇଁ ଆଦର୍ଶ ପଦକ୍ଷେପ ଗ୍ରହଣ କରାଯିବା ସଙ୍ଗେ ସଙ୍ଗେ ପରିସ୍ଥିତି କୁ ନିୟନ୍ତ୍ରଣାଧୀନ ରଖିବା ପାଇଁ ଚେଷ୍ଟା କରିବା ଉଚିତ | ନଚେତ୍ ଆଗାମୀ ଦିନରେ ଏହାର ଭୟାଭୟତା ଅପରିମାଣ ଦର୍ଶୀ କାର୍ଯ୍ୟ ପାଇଁ ଉକ୍ତ ପ୍ରତିଷ୍ଠାନ ଦାୟୀ ରହିବେ ବୋଲି ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି | ଯଦି ଏ ସମସ୍ୟାର ତୁରନ୍ତ ସମାଧାନ ନ ହୁଏ ତେବେ ଉତ୍ୟକ୍ତ ଜନତା ଏହାର ସଠିକ ଜବାବ ଦେବାପାଇଁ ଆସନ୍ତା ଜାନୁଆରୀ ଛବିଶ ରିଖ ଦିନ ଗଣ ଆନ୍ଦୋଳନ ଜରିଆରେ ନିଜର ପ୍ରତିବାଦ ଜଣାଇବା ପାଇଁ ସଜବାଜ ହେଉଛନ୍ତି |