କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ ୟୁଜିସି ମାନ୍ୟତା

0 17

ଭୁବନେଶ୍ୱର, : କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ ମିଳିଲା ୟୁଜିସି ମାନ୍ୟତା । ୟୁଜିସି ଅଧିନିୟମ ୧୯୫୬, ଧାରା ୨(ଏଫ୍‌) ଅନୁଯାୟୀ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ସହ ବିଶ୍ୱବିଦ୍ୟାଳୟ ତାଲିକାରେ ଅନ୍ତର୍ଭୁକ୍ତ କରିଛି ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଟୁଇଟ୍‌ କରିଛନ୍ତି ଯେ,ଏହି ନିଷ୍ପତ୍ତି ନିଶ୍ଚିତ ଭାବେ ଜନଜାତିବହୁଳ ଅଞ୍ଚଳ କଳାହାଣ୍ଡି ସମେତ ଆଖପାଖ ଜିଲ୍ଲାରେ ଛାତ୍ରଛାତ୍ରୀଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବ । ଦୂରଦୃଷ୍ଟି ସମ୍ପନ୍ନ “ଜାତୀୟ ଶିକ୍ଷା ନୀତି’ ଜରିଆରେ ଗୁଣାତ୍ମକ ଶିକ୍ଷା ଉପଲବ୍ଧ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଆଶା ପ୍ରକଟ କରିଛନ୍ତି ।

କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଆବଶ୍ୟକୀୟ ତଥ୍ୟ ପ୍ରଦାନ କଲେ ୟୁଜସି ଅଧିନିୟମ ୧୯୫୬ ଧାରା ୧୨(ବି)ରେ ଶୀଘ୍ର କେନ୍ଦ୍ରୀୟ ଅନୁଦାନ ପାଇବ । ଏହି ଆର୍ଥିକ ଅନୁଦାନ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ମଜବୁତ କରିବା ସହ ଜିଲ୍ଲାରେ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ କରିବାରେ ସହାୟକ ହେବ । ବିଶ୍ୱବିଦ୍ୟାଳୟ ମାନ୍ୟତା ନେଇ କଳାହାଣ୍ଡି ସାଂସଦ୍‌ ବସନ୍ତ ପଣ୍ଡା ଧର୍ମେନ୍ଦ୍ରଙ୍କୁ ଅବଗତ କରିଥିଲେ । ଛାତ୍ରଛାତ୍ରୀଙ୍କ ହିତ ଦୃଷ୍ଟିରୁ ୟୁଜିସି ଆଜି ବିଜ୍ଞପ୍ତି ପ୍ରକାଶ କରିଥିବା ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

Leave A Reply

Your email address will not be published.