ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର

0 3

ଭୁବନ,  : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବାପ-ପୁଅଙ୍କୁ ମରଣାନ୍ତକ ଆକ୍ରମଣ। ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଯମୁନାକୋଟ ଗ୍ରାମରେ ଗତକାଲି ରାତି ପ୍ରାୟ ୯ଟା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗୁରୁତର ବାପ-ପୁଅଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ସୂଚନାନୁଯାୟୀ, ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଯମୁନାକୋଟ ଗ୍ରାମର ସର୍ବେଶ୍ଵର ବାରିକ ଓ ତାଙ୍କ ପୁଅ ସଞ୍ଜିବ(୨୩)ଙ୍କ ଉପରେ ଗତକାଲି ମରଣାନ୍ତକ ଆକ୍ରମଣ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ସଙ୍ଘବଦ୍ଧ ଆକ୍ରମଣ ହୋଇଥିବା ଜଣା ପଡିଛି। ପୂର୍ବରୁ ଦୁଇ ଗୋଷ୍ଠୀ ମଧ୍ୟରେ ବାଲି ଘାଟକୁ କେନ୍ଦ୍ରକରି ତିକ୍ତତା ଲାଗି ରହିଥିଲା। ଗତକାଲି ରାତି ୯ଟା ସମୟରେ ସର୍ବେଶ୍ଵର ବାରିକ (୫୬) ଘରେ ବସି ଟିଭି ଦେଖୁଥିବା ସମୟରେ ଗ୍ରାମର ପ୍ରତାପ ବେହେରା ଓ ତାର ସାଥୀମାନେ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ସର୍ବେଶ୍ଵର ଓ ତାଙ୍କ ପୁଅ ଗୁରୁତର ହୋଇଛନ୍ତି। ତେବେ ଘଟଣା ଘଟାଇ ପ୍ରତାପ ବେହେରା ଓ ତାର ସାଥୀମାନେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି। ଗୁରୁତର ବାପ-ପୁଅଙ୍କୁ ପରିବାର ଲୋକେ ପ୍ରଥମେ ଭୁବନ ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ଭୁବନ ଡାକ୍ତର ଗୁରୁତର ବାପପୁଅଙ୍କୁ କଟକ ସ୍ଥାନାନ୍ତର କରିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଭୁବନ ପୋଲିସ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତ ପ୍ରତାପ ବେହେରା ଓ ତାର ସାଥୀମାନେ ଫେରାର ଅଛନ୍ତି।

Leave A Reply

Your email address will not be published.