୫ରୁ ୧୧ ବର୍ଷୀୟ ଶିଶୁଙ୍କ ଶରୀରରେ ୯୦ ପ୍ରତିଶତରୁ ଅଧିକ ପ୍ରଭାବୀ ଫାଇଜର ଟିକା, ଖୁବ୍ ଶୀଘ୍ର ଆରମ୍ଭ ହେବ ଟିକାକରଣ

0 9

ନୂଆଦିଲ୍ଲୀ, : ସାରା ବିଶ୍ଵରେ ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ଅଭିଯାନ ଜାରି ରହିଛି। ଏବେ କେବଳ ୧୮ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କ ଲୋକଙ୍କୁ କରୋନା ଟିକା ଦିଆଯାଉଛି। ଏଭଳି ସ୍ଥିତିରେ ସାରା ବିଶ୍ଵରେ ବୈଜ୍ଞାନିକମାନେ ପିଲାଙ୍କ ପାଇଁ ଟିକା ଉତ୍ପାଦନ କରିବାରେ ଲାଗି ପଡ଼ିଛନ୍ତି। ଏହାରି ଭିତରେ ଆମେରିକାର ଫାର୍ମାସ୍ୟୁଟିକଲ କମ୍ପାନୀ ଫାଇଜର ଦାବି କରିଛି ଯେ, ୫ରୁ ୧୧ ବର୍ଷୀୟ ପିଲାଙ୍କ ପାଇଁ ଫାଇଜର କରୋନା ଟିକା ୯୦ ପ୍ରତିଶତରୁ ଅଧିକ ପ୍ରଭାବଶାଳୀ।

ସୂଚନାଯୋଗ୍ୟ, ଫାଇଜର ଟିକା ଟ୍ରାୟାଲର ଫଳାଫଳ ଅଫିସିଆଲ ଭାବେ ଜାରି କରିଛି। ୨ ହଜାର ୨୬୮ ଜଣ ଛୋଟ ପିଲାଙ୍କୁ ନେଇ ଏହି ଟ୍ରାୟାଲ କରାଯାଇଥିଲା। ଗବେଷଣାରେ ସାମିଲ ହୋଇଥିବା ପିଲାଙ୍କୁ ୩ ସପ୍ତାହ ଅନ୍ତରରେ ଟିକାର ଡୋଜ କମ୍ ମାତ୍ରାରେ ଦିଆଯାଇଥିଲା। ପିଲାମାନଙ୍କୁ ଦିଆଯାଇଥିବା ପ୍ରତ୍ୟେକ ଡୋଜର ପରିମାଣ କିଶୋର ଏବଂ ବୟସ୍କମାନଙ୍କୁ ଦିଆଯାଇଥିବା ଡୋଜର ଏକ ତୃତୀୟାଂଶ। ତେବେ ଏହି ଅଧ୍ୟୟନର ଫଳାଫଳ ବହୁତ ଭଲ ଆସିଛି।

ତୃତୀୟ ଲହର ଆସିଲେ ଭାରତରେ କରୋନା ଛୋଟ ପିଲାଙ୍କୁ ଅଧିକ ଆକ୍ରାନ୍ତ କରିବ ବୋଲି ଗବେଷକମାନେ ଅନୁମାନ କରିଛନ୍ତି। ଏତିକି ବେଳେ ଫାଇଜରର ଏହି ଫଳାଫଳ ସାମ୍ନାକୁ ଆସିଛି। ତେବେ ଭାରତରେ ଖୁବ ଶୀଘ୍ର ଶିଶୁମାନଙ୍କ ଟିକାକରଣ ଆରମ୍ଭ କରାଯିବ। ଏବେ ଆମିରାକରେ ଟିକାକରଣ ଆରମ୍ଭ ହେବାକୁ ଯାଉଛି।

Leave A Reply

Your email address will not be published.