ବ୍ରାହ୍ମଣୀ ନଦୀକୁ ଡେଇଁ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ

0 26

ରାଉରକେଲା : ବ୍ରାହ୍ମଣୀ ନଦୀକୁ ଡେଇଁପଡି ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ରାଉରକେଲା ର ରଘୁନାଥପାଲି ଥାନା ବ୍ରାହ୍ମଣୀ ବିଜରୁ ବ୍ରାହ୍ମଣୀ ନଦୀକୁ ମହିଳା ଜଣକ ଡେଇଁପଡିଥିଲେ । ପୋଲିସ ଓ ଅଗ୍ନିଶମ ବାହିନୀର ସଫଳ ପ୍ରୟାସ ପରେ ମହିଳାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ କିଛି ଘରୋଇ କଳହକୁ ନେଇ ମହିଳା ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି । ଗୁରୁତର ଥିବା ମହିଳାଜଣକ ହେଲେ ସୁଧା ଲୋହାର।

ସୂଚନା ଅନୁଯାୟୀ, ସୁଧା ଲୋହାର ନିଜ ସ୍ୱାମୀ ମନୋଜ ଲୋହାରଙ୍କ ସହ ବ୍ରହ୍ମଣୀ ତରଙ୍ଗ ଥାନା ସିଂଟୋଲାରେ ରୁହନ୍ତି ।  ଗୁରୁବାର ସକାଳେ  କୌଣସି କାରଣରୁ ଘରେ କଳି ଲାଗିବାରୁ ସୁଧା ଘରୁ ବାହାରି ପଳାଇ ଆସିଥିଲେ। ଏହାପରେ ଉତ୍ତ୍ୟକ୍ତ ମହିଳାଜଣକ ରାଉରକେଲା ବ୍ରାହ୍ମଣୀ ବ୍ରିଜରୁ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।   ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ରଘୁନାଥପାଲି ଥାନା ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ସେଠାରେ ତାଙ୍କ ଅବସ୍ଥା ଗୁରୁତର  ଥିବା ଜଣାଯାଇଛି।

Leave A Reply

Your email address will not be published.