ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା : OIC ମମତା ପଣ୍ଡାଙ୍କୁ କ୍ରାଇମବ୍ରାଞ୍ଚ୍ ର ପଚରାଉଚରା

0 20

ଗଜପତି,  : ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ଗୁରାଣ୍ଡି ଥାନା ଅଧିକାରୀ ମମତା ରାଣୀ ପଣ୍ଡାଙ୍କୁ ପଚରାଉଚୁରା। ପାରଳାଖେମୁଣ୍ଡି ଥାନାରେ ଓଆଇସି ମମତା ପଣ୍ଡାଙ୍କୁ ପଚରାଉଚୁରା କରୁଛି କ୍ରାଇମବ୍ରାଞ୍ଚ୍ ଟିମ୍। ମମତା ପଣ୍ଡାଙ୍କ ନାଁରେ ସୌମ୍ୟରଞ୍ଜନଙ୍କ ପରିବାର ଅଭିଯୋଗ ଆଣିଛନ୍ତି। ଆମ୍ବୁଲାନ୍ସ ଅଟକାଇବାକୁ ନେଇ ସନ୍ଦେହ ଘେରକୁ ଆସିଥିଲେ ମମତା ରାଣୀ ପଣ୍ଡା। ଏହାକୁ ଆଧାର କରି ଆଜି କ୍ରାଇମବ୍ରାଞ୍ଚ୍ ଟିମ୍ ମମତାଙ୍କୁ ପଚରାଉଚୁରା କରୁଛି। ପୂର୍ବରୁ ୩ ଜଣ ଡାକ୍ତର ଓ ତହସିଲଦାରଙ୍କୁ ପଚରାଉଚୁରା କରିଥିଲା କ୍ରାଇମବ୍ରାଞ୍ଚ୍।

ଗଜପତିର ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ପରଠୁ ବିବାଦ ଲାଗି ରହିଛି । ମାସେ ପରେ ମଧ୍ୟ ଘଟଣାର ପର୍ଦ୍ଦାଫାସ କରିବାରେ ଗଜପତି ପୁଲିସ୍‌ ବିଫଳ ହୋଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣାରେ ଡିଏଫ୍‌ଓ ଏବଂ ରାଜନେତାଙ୍କ ଭଳି ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ଥିବାରୁ ତଦନ୍ତରେ ବାଧା ଉପୁଜିବା ନେଇ ଅଭିଯୋଗ କରିଥିଲେ ପରିବାର ଲୋକେ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସହ ଡିଜିପିଙ୍କ ଦ୍ୱାରସ୍ଥ ହୋଇଥିଲେ । ଦିନ ପରେ ଦିନ ଗଡି ଚାଲିଥିବା ବେଳେ ରହସ୍ୟ ଘନେଇବାରେ ଲାଗିଥିଲା । ଶେଷରେ ମୃତ୍ୟୁ ଘଟଣା ଉପରୁ ପରଦା ଉଠାଇବା ପାଇଁ ଶନିବାର ପୁଲିସ ମହା ନିର୍ଦ୍ଦେଶକ କ୍ରାଇମବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । କ୍ରାଇମବ୍ରାଞ୍ଚ ତଦନ୍ତ ଭାର ପାଇବା ପରେ ଆକ୍ସନ ମୁଡ୍‌କୁ ଆସିଛି । ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ଏଯାଏଁ ଡିଏଫ୍‌ଓଙ୍କ ରୋଷେୟା, ମାଳି, ଗେଟ୍ କିପର୍, ୨ ଏସିଏଫ୍ ଏବଂ ଅନ୍ୟ ବନ୍ୟ କର୍ମଚାରୀଙ୍କୁ କ୍ରାଇମବ୍ରାଞ୍ଚ୍ ପଚରାଉଚୁରା କରି ସାରିଛି।

Leave A Reply

Your email address will not be published.