ରେଢାଖୋଲ,: ନିଜ ଅଞ୍ଚଳ, ନିଜ ଜିଲ୍ଲାର ତଥା ରାଜ୍ୟର ପ୍ରମୁଖ ଖବର ସଂଗ୍ରହ କରି ସମସ୍ୟାର ସମାଧାନ ପାଇଁ ପ୍ରଶାସନକୁ ସାମାଜିକ ଗଣମାଧ୍ୟମ ଟୁଇଟରରେ ଟୁଇଟ କରି ଅନୁରୋଧ କରିଥାନ୍ତି । ଟୁଇଟ ପରେ ଅନେକ ସମସ୍ୟା ସବୁର ସମାଧାନ ମଧ୍ୟ ହୁଏ ।
ବରଗଡ଼ ଜିଲ୍ଳା ଭେଡେନ ବ୍ଲକ ମହୁଲପାଲି ପଞ୍ଚାୟତ କେଶ୍ରିପାଲି ଗ୍ରାମର ସାମାଜିକ କର୍ମୀ ରମେଶ ମେହେର ସେ ଅନେକ ଟୁଇଟ କରି ଅନ୍ଧାର ମୂଲକର ଆଲୋକ ସାଜିଛନ୍ତି । ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିବା ରମେଶ ଙ୍କ ବାାପା ଜଣେ ଚାଷୀ ମାଁ ଗୃହିଣୀ ଅଟନ୍ତି ।
ରମେଶ ରାଜ୍ୟ ଶାସନ ପ୍ରଶାସନ ସବୁଠି ବେଶ୍ ପରିଚିତ ନା । ନିସ୍ଵାର୍ଥପର ଭାବେ ସହାୟତା ଯୋଗାଇବା ପାଇଁ ଗ୍ରାଉଣ୍ଡ ଜିରୋରୁ ଆରମ୍ଭ କରି ବିଭିନ୍ନ ଖବରକାଗଜରୁ ଖବର ସଂଗ୍ରହ କରି ରାଜ୍ୟ ସରକାର ଜିଲ୍ଲା ପ୍ରଶାସନ ଓ ନିର୍ଦ୍ଧିଷ୍ଟ ବିଭାଗକୁ ସାମାଜିକ ଗଣମାଧ୍ୟମ ଜରିଆରେ ଜଣେଇ ଥାଆନ୍ତି । ଏଥିରେ ସେ ଅନେକ ସଫଳତା ପାଇଛନ୍ତି ।
ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାକୁ ଆସୁଥିବା ରମେଶ ଅନ୍ୟ ମାନଙ୍କ ଠାରେ ଉଦାହରଣ ସାଜିଛନ୍ତି । ରେଢ଼ାଖୋଲ ଅଞ୍ଚଳ ରେ ସ୍ଵାସ୍ଥ୍ୟଗତ ସମସ୍ୟା କୁ ନେଇ ଅନେକ ଥର ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନ କୁ ଟୁଇଟ କରି ସମସ୍ୟା ର ସମାଧାନ କରିଛନ୍ତି।
ନିକଟରେ ଅଚଳ ଥିବା ନିକଟ ଜାମପାଲି ରେ ବହୁ ଦିନରୁ ଅଚଳ ଥିବା ଦୁଇଟି ନଳକୂପ ମରାମତି ଓ ଚାନ୍ଦିନୀ ପାଇଁ ପ୍ରଶାସନକୁ ଟୁଇଟ କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ କୋଡ଼ିଏ ବର୍ଷର ଅଚଳ ଥିବା ଶୌଚାଳୟକୁ ଟୁଇଟ କରି ସମାଧାନ କରିଥିଲେ। ସେହିପରି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅଞ୍ଚଳର ଜଣେ ଅସହାୟ ପରିବାରର ଟୁଇଟ କରିବା ପରେ ସରକାରଙ୍କ ଅନେକ ଯୋଜନାରେ ସାମିଲ ହୋଇଥିଲା।
ଟୁଇଟ ହେଲାପରେ ତିନିଟି ଝିଅର ପାଠ ପଢା ସହ ଅନେକ ସରକାରୀ ଯୋଜନା ପହଞ୍ଚି ଥିଲା ।ଏକ ସପ୍ତାହ ଭିତରେ ନିଜ ଗାଁ ପାଖରେ ସୁରେଖା ର ଚିକିତ୍ସା ପାଇଁ ଚିକିତ୍ସା ଖର୍ଚ୍ଚ ପାଇଁ ଟୁଇଟ କଲା ପରେ ଶାସକ ପ୍ରଶାସକ ଘର କୁ ଆସିଥିଲେ ବଡ଼ ଚିକିତ୍ସାଳୟ କୁ ନେଇ ଚିକିତ୍ସା କରିବା ପାଇଁ ପ୍ରତିଶୃତି ଦେଇଥିଲେ ।ଏହି ମହାନ କାର୍ଯ୍ୟ ପାଇଁ ବରଗଡ଼ ଜିଲ୍ଲା ଅଞ୍ଚଳ ରେ ସେ ଅନେକ ପ୍ରଶଂସା ର ପାତ୍ର ହୋଇଥିଲେ ।