ରାଜନଗର : ଗଭୀର ସମୁଦ୍ରରେ ଟ୍ରଲର ବୁଡ଼ିବା ଘଟଣା ରେ ସମସ୍ତ ୧୩ ମତ୍ସ୍ୟଜୀବୀ ସୁରକ୍ଷିତ ଉଦ୍ଧାର । ତଟରକ୍ଷୀ ବାହିନୀ ଦ୍ୱାରା ସମସ୍ତେ ଉଦ୍ଧାର । ଉଦ୍ଧାର ପରେ ପାରାଦୀପ ଗଲେ ମତ୍ସ୍ୟଜୀବୀ । ସମୁଦ୍ରରେ ବୁଡ଼ି ରହିଛି ମାଛମରା ଟ୍ରଲର । ଗତକାଲି ଠାରୁ କୌଣସି ଯୋଗାଯୋଗ ହୋଇନଥିଲା । ଟ୍ରଲର ସହ ନିଖୋଜ ଥିଲେ ମତ୍ସ୍ୟଜୀବୀ । ତାଳଚୁଆ ଅଞ୍ଚଳରୁ ମାଛ ଧରିବାକୁ ବାହାରିଥିଲା ଟ୍ରଲର ।
ଗତକାଲି ସକାଳେ ‘ଉପାସନା-୧’ ନାମକ ଟ୍ରଲର ଧରି ୧୩ ମତ୍ସ୍ୟଜୀବୀ ସମୁଦ୍ର ମଝିକୁ ଯାଇଥିଲେ। ସନ୍ଧ୍ୟା ୫ଟା ବେଳକୁ ସେମାନଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଖବର ପାଇ କୋଷ୍ଟଗାର୍ଡ ଓ ସାମୁଦ୍ରିକ ଥାନା ପୁଲିସ୍ ଖୋଜାଖୋଜି ଆରମ୍ଭ କରିଥିଲେ।