CRPC ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, କହିଲେ ୧୪ ବର୍ଷ ଦଣ୍ଡ ଭୋଗିସାରିଥିବା ବନ୍ଦୀଙ୍କୁ ମୁକ୍ତ କରିପାରିବେ ରାଜ୍ୟ ସରକାର

0 13

ନୂଆଦିଲ୍ଲୀ  :  ସିଆରପିସି (ଅପରାଧିକ ପ୍ରକ୍ରିୟା ସଂହିତା) ଅନୁସାରେ ଅଧିକତମ ଦଣ୍ଡ ନିର୍ଦ୍ଧାରିତ ଅପରାଧ ଲାଗି ଦୋଷୀ ସାବ୍ୟସ୍ତଙ୍କ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏପରି କ୍ଷେତ୍ରରେ ୧୪ ବର୍ଷ ଦଣ୍ଡ ଭୋଗିସାରିଥିଲେ କୈଦୀଙ୍କୁ ମୁକ୍ତ କରିବା ଲାଗି ରାଜ୍ୟ ସରକାରଙ୍କର ଅଧିକାର ରହିଛି ବୋଲି କୋର୍ଟ କହିଛନ୍ତି। ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍‌ ହେମନ୍ତ ଗୁପ୍ତା ଓ ଜଷ୍ଟିସ୍‌ ଏ.ଏସ୍.ବୋପାନ୍ନାଙ୍କ ଖଣ୍ଡପୀଠ ମଙ୍ଗଳବାର ଏହି ରାୟ ଦେଇଛନ୍ତି।

ଏହି ରାୟ ସହ ଖଣ୍ଡପୀଠ ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ଏକକ ନ୍ୟାୟାଧୀଶଙ୍କ ପୀଠ ୧୨ ମେ ୨୦୨୦ରେ ଦେଇଥିବା ରାୟକୁ ରଦ୍ଦ କରିଦେଇଛନ୍ତି। ଜଷ୍ଟିସ୍‌ ଗୁପ୍ତା ଓ ଜଷ୍ଟିସ୍‌ ବୋପାନ୍ନାଙ୍କ ପୀଠ କହିଛନ୍ତି ଯେ ଯଦି କୈଦୀଙ୍କ ବାସ୍ତବିକ ଦଣ୍ଡ ଅବଧି ପୂରଣ ହୋଇ ନଥାଏ ଓ ସେ ୧୪ ବର୍ଷ ଦଣ୍ଡ ଭୋଗିସାରିଲେଣି ଏପରିସ୍ଥିତିରେ ସମ୍ବିଧାନର ଅନୁଚ୍ଛେଦ ୧୬୧ରେ ରାଜ୍ୟପାଳଙ୍କୁ କ୍ଷମା, ଦଣ୍ଡ ରିହାତି, ଦଣ୍ଡ ନିଲମ୍ବିତ କରିବା, କମ କରିବା ଲାଗି ନିବେଦନ କରିପାରିବେ। ଏଥିଲାଗି ରାଜ୍ୟପାଳଙ୍କ କ୍ଷମତା ରହିଛି।

ସେହିପରି ରାଜ୍ୟ ସରକାର ଓ ଏହି ପ୍ରାଧିକରଣ ସିଆରପିସିରେ ଲଗାଯାଇଥିବା ପ୍ରତିବନ୍ଧକ ହଟାଇ ଦେଇଥାଏ। ଏଣୁ ରାଜ୍ୟ ସରକାର ଚାହିଁଲେ ଏପରି ବନ୍ଦୀଙ୍କ ଦଣ୍ଡ ହ୍ରାସ, କ୍ଷମା ଏପରିକି ଦଣ୍ଡ ନିଲମ୍ବନ ଲାଗି ଶକ୍ତିର ପ୍ରୟୋଗ କରିପାରିବେ। ତେବେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ରାୟରେ ୧୩ ଅଗଷ୍ଟ ୨୦୦୮ର ନୀତିକୁ କାୟମ ରଖି ପୂର୍ବରୁ ଥିବା ଆଦେଶର ଅତିକ୍ରମଣ କରି ନିର୍ଦ୍ଦେଶ ଦେଇଥିଲେ। ତେବେ ପ୍ରସଙ୍ଗରେ ରାଜ୍ୟ ସରକାରମାନେ ସ୍ୱାଚ୍ଛନ୍ଦ୍ୟ ବୋଲି ସୁପ୍ରିକୋର୍ଟଙ୍କ ବେଞ୍ଚ ସ୍ପଷ୍ଟ କରିଦେଇଛନ୍ତି।

Leave A Reply

Your email address will not be published.