କରୋନା ର ୨ୟ ଲହର ରେ ଏଯାବତ୍ ଗଲାଣି ୫୧୩ ଡାକ୍ତରଙ୍କ ଜୀବନ, ଦିଲ୍ଲୀରେ ସର୍ବାଧିକ- IMA

0 17

ନୂଆଦିଲ୍ଲୀ  : କରୋନାର ୨ୟ ଲହର ଡାକ୍ତରଙ୍କ ଉପରେ ବେଶ୍ ମହଙ୍ଗା ସାବ୍ୟସ୍ତ ହୋଇଛି । ରୋଗୀଙ୍କ ଚିକିତ୍ସା କରୁ କରୁ ୨ୟ ଭଗବାନ କୁହାଯାଉଥିବା ଡାକ୍ତରଙ୍କ ଜୀବନ ଏବେ ବିପଦରେ ପଡିଯାଇଛି । ଦିନରାତି ପରିଶ୍ରମ କରି ଲୋକଙ୍କୁ ବଞ୍ଚାଇବା ପାଇଁ ଡାକ୍ତରମାନେ ମଧ୍ୟ ବହୁ ମୂଲ୍ୟ ଦେଉଛନ୍ତି । ଯେଉଁଥିପାଇଁ ଡାକ୍ତରମାନେ ନିଜେ କରୋନାରେ ସଂକ୍ରମିତ ହେଉଛନ୍ତି । ସେମାନଙ୍କ ଜୀବନ ମଧ୍ୟ ନଷ୍ଟ ହେଉଛି ।

ଦେଶର ସର୍ବବୃହତ ଡାକ୍ତରଙ୍କ ପ୍ରତିଷ୍ଠାନ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (IMA ) କହିଛି ଯେ କରୋନାର ଦ୍ୱିତୀୟ ତରଙ୍ଗରେ ଏପର୍ଯ୍ୟନ୍ତ ୫୧୩ ଡାକ୍ତର କରୋନାର ଶିକାର ହୋଇଛନ୍ତି । ଡାକ୍ତରଙ୍କ ମୃତ୍ୟୁ ସହ ଜଡିତ ସର୍ବଶେଷ ତଥ୍ୟ ପ୍ରକାଶ କରି ଆଇଏମଏ କହିଛି ଯେ ରାଜଧାନୀ ଦିଲ୍ଲୀରେ ଡାକ୍ତରଙ୍କ ସର୍ବାଧିକ ମୃତ୍ୟୁ ହୋଇଛି । ଏଯାଏଁ ୧୦୩ ଡାକ୍ତର କରୋନାରେ ପ୍ରାଣ ହରାଇଛନ୍ତି । ଏଥିସହିତ ବିହାରର ୯୬ ଡାକ୍ତର ଏବଂ ଉତ୍ତରପ୍ରଦେଶର ୪୧ ଡାକ୍ତର କରୋନା କାରଣରୁ ମୃତ୍ୟୁ ବରଣ କରିଛନ୍ତି । ଏହା ସହ ରାଜସ୍ଥାନରେ ୩୯ ଏବଂ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ଝାଡଖଣ୍ଡରେ ୨୯ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.