OAS ଅଧିକାରୀ ସ୍ତରରେ ଅଦଳବଦଳ

0 32

ଭୁବନେଶ୍ୱର : ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି । ରାଜ୍ୟର ଦୁଇଜଣ ଓଏଏସ୍ ଅଧିକାରୀଙ୍କୁ ପରିବର୍ତ୍ତନ କରାଯାଇଛି । ବାଲେଶ୍ୱରର ଫକିର ମୋହନ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଜୟନ୍ତୀ ସିଂହଙ୍କୁ କନସୋଲିଡେସନ କଟକ କମିଶନର ଭାବେ ସ୍ଥାନାନ୍ତର କରାଯାଇଛି । ସେହିପରି ଭଦ୍ରକର ଅତିରିକ୍ତ ସବ-କଲେକ୍ଟର ଦାୟିତ୍ୱରେ ଥିବା ମନୋରମା ଭୂୟାଁଙ୍କୁ ବାଲେଶ୍ୱରର ଫକିର ମୋହନ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ରେଜିଷ୍ଟ୍ରାର (ପ୍ରଶାସନ) ଭାବେ ନିଯୁକ୍ତି ଦିଆଯାଇଛି । ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

Leave A Reply

Your email address will not be published.